ଭାରତ ସରକାରଙ୍କ New India Literacy Programme (NILP) ଅଧୀନରେ ଗତକାଲି, ତା. ୨୦.୦୯.୨୦୨୬ ରବିବାର ବିଷମକଟକ ବ୍ଲକରେ Foundational Literacy and Numeracy Assessment Test (FLNAT) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ବ୍ଲକର ବିଭିନ୍ନ ସ୍ଥାନରେ ମୋଟ ୧୦୬ଟି Assessment Centre ରେ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ମୋଟ ୨୦୭୦ ଜଣ Learner ଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିବା ବେଳେ ୨୦୨୩ ଜଣ Learner ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ ଯେ, NILP ହେଉଛି ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷରତା ଅଭିଯାନ। ଏହା ମାଧ୍ୟମରେ ୧୫ରୁ ବର୍ଷ ବୟସର ନିରକ୍ଷର ବ୍ୟକ୍ତିମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନରେ ସକ୍ଷମ କରିବା ଲକ୍ଷ୍ୟ ରହିଛି। FLNAT ମାଧ୍ୟମରେ Learner ମାନଙ୍କର ଅର୍ଜିତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ମୂଲ୍ୟାଙ୍କନ କରାଯାଉଛି।
ବିଷମକଟକ ବ୍ଲକରେ ପରୀକ୍ଷାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଅନ୍ୟାନ୍ୟ ଅଧିକାରୀ ପରୀକ୍ଷା କେନ୍ଦ୍ରର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ, CRCC,ପରୀକ୍ଷକ ଓ ସମ୍ପୃକ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ସହଯୋଗ ରହିଥିଲା।
ନିରକ୍ଷରତା ଦୂରୀକରଣ ସହିତ ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ଦିଗରେ NILP ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବା ବେଳେ, ବିଷମକଟକ ବ୍ଲକରେ Learner ମାନଙ୍କର ଏହି ବ୍ୟାପକ ଅଂଶଗ୍ରହଣ ଅଭିଯାନର ଲକ୍ଷ୍ୟ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ।
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ପରମାନନ୍ଦ କୁଟ୍ରୁକାଙ୍କ ରିପୋର୍ଟ ସାକ୍ଷୀ ଖବର

0


Leave a Reply