BREAKING
ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା ବିଦ୍ୟୁତ ମଣ୍ଡଳରେ ନୂଆ ପଦାଧିକାରୀ ନିର୍ବାଚନ, ପୁନର୍ବାର ସହକାରୀ ସାଧାରଣ ସମ୍ପାଦକ ହେଲେ ମହମ୍ମଦ ରଜିଉଲ୍ଲା
ରାୟଗଡା

ବିଦ୍ୟୁତ ମଣ୍ଡଳରେ ନୂଆ ପଦାଧିକାରୀ ନିର୍ବାଚନ, ପୁନର୍ବାର ସହକାରୀ ସାଧାରଣ ସମ୍ପାଦକ ହେଲେ ମହମ୍ମଦ ରଜିଉଲ୍ଲା

Spread the love

ରାୟଗଡ଼ା ବିଦ୍ୟୁତ ମଣ୍ଡଳର ସଂଗଠନରେ ନୂଆ ପଦାଧିକାରୀ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ରଜିଉଲ୍ଲା ପୁନର୍ବାର ରାୟଗଡ଼ା ବିଦ୍ୟୁତ ମଣ୍ଡଳର ସହକାରୀ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁନଃ ନିର୍ବାଚନ ପରେ ସହକର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ଏହି ନିର୍ବାଚନରେ ରାୟଗଡ଼ା ଡିଭିଜନର ଜୋନାଲ ସମ୍ପାଦକ ଭାବେ ବାସୁଦେବ ସାହୁ ନିର୍ବାଚିତ ହୋଇଥିବା ବେଳେ ଗୁଣୁପୁର ଜୋନାଲ ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ରାୟ ନିର୍ବାଚିତ ହୋଇଛନ୍ତି। ସେହିପରି ପାରଳାଖେମୁଣ୍ଡି ଜୋନାଲ ସମ୍ପାଦକ ଭାବେ ଶିବ ପ୍ରସାଦ ସାହୁ ନିର୍ବାଚିତ ହୋଇଛନ୍ତି।

ନବନିର୍ବାଚିତ ପଦାଧିକାରୀମାନେ ସଂଗଠନକୁ ଆହୁରି ମଜବୁତ କରିବା ସହ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି। ନିର୍ବାଚନ ପରେ ନବନିର୍ବାଚିତ ପଦାଧିକାରୀଙ୍କୁ ସହକର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *