BREAKING
ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା ବିଦ୍ୟୁତ ମଣ୍ଡଳରେ ନୂଆ ପଦାଧିକାରୀ ନିର୍ବାଚନ, ପୁନର୍ବାର ସହକାରୀ ସାଧାରଣ ସମ୍ପାଦକ ହେଲେ ମହମ୍ମଦ ରଜିଉଲ୍ଲା
ରାୟଗଡା

ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l

Spread the love

ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପରିସୀମା ମଧ୍ୟରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଧସିବା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରଭାବିତ ରେଳସେକ୍ସନ ଗୁଡ଼ିକରେ ପୁନରୁଦ୍ଧାର ଓ ସୁରକ୍ଷା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତୀବ୍ର କରାଯାଇଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଗତକାଲି କୋରାପୁଟ–ଜୟପୁର ରେଳ ସେକ୍ସନର ଅନ୍ୟତମ ପ୍ରମୁଖ ପ୍ରଭାବିତ ସ୍ଥାନ ମାଳିଗୁଡାରେ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଭାବିତ ରେଳପଥର ବିଭିନ୍ନ ଅଂଶ ପରିଦର୍ଶନ କରିବା ସହ ପୁନରୁଦ୍ଧାର ଓ ସୁରକ୍ଷା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ପରିଦର୍ଶନ ସମୟରେ ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ମଧ୍ୟରେ ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଏବଂ ପ୍ରମୁଖ ମୁଖ୍ୟ ସିଗନାଲ ଓ ଟେଲିକମ୍ୟୁନିକେସନ୍ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମହାପ୍ରବନ୍ଧକଙ୍କୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଏବଂ ଗ୍ରହଣ କରାଯାଉଥିବା ସୁରକ୍ଷାମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଙ୍ଘଲଙ୍କ ସହ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ମଧ୍ୟ ପ୍ରଭାବିତ ସ୍ଥାନରେ ଉପସ୍ଥିତ ରହି ମହାପ୍ରବନ୍ଧକଙ୍କୁ ତ୍ୱରିତ କାର୍ଯ୍ୟ ପରିସ୍ଥିତି, ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଏବଂ ରେଳପଥକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।

ଲଗାତାର ଅତ୍ୟଧିକ ବର୍ଷା ଯୋଗୁଁ କୋରାପୁଟ–ରାୟଗଡ଼ା ଏବଂ କୋରାପୁଟ–ଜୟପୁର ରେଳ ସେକ୍ସନର ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଧସିବା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମସ୍ତ ପ୍ରଭାବିତ ସ୍ଥାନରେ ତ୍ୱରିତ ପଦକ୍ଷେପ ନେଇ ପରିସ୍ଥିତିର ସମାଧାନ କରାଯାଇଛି।
ତେବେ, ମାଳିଗୁଡା ଯାର୍ଡରେ ଭୂସ୍ଖଳନର ପରିମାଣ ଏବଂ ରେଳ ଭିତ୍ତିଭୂମି ଉପରେ ପଡ଼ିଥିବା ବିପୁଳ ପରିମାଣର ମାଟି ଧସିବା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ଏକ ବଡ଼ ଆହ୍ୱାନ ହୋଇ ରହିଛି।

ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀଙ୍କ ସମେତ ୬୦୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି।

ପ୍ରଭାବିତ ରେଳପଥକୁ ମରାମତି କରିବା ଏବଂ ରେଳ ଭିତ୍ତିଭୂମିକୁ ଯଥାଶୀଘ୍ର ପୁନରୁଦ୍ଧାର କରିବା ପାଇଁ ଭାରୀ ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ବିଭାଗୀୟ ଟିମ୍‌ଗୁଡ଼ିକୁ ନିରନ୍ତର ଭାବେ ନିୟୋଜିତ କରାଯାଉଛି।

ଦୀର୍ଘ ସମୟ ଧରି ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ଏବଂ ପ୍ରଭାବିତ ସ୍ଥାନଗୁଡ଼ିକରେ ବହୁ ସଂଖ୍ୟକ କର୍ମଚାରୀ ଓ ରେଳ କର୍ମୀ ନିୟୋଜିତ ଥିବାରୁ ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସହିତ ଚିକିତ୍ସା ସହାୟତାର ମଧ୍ୟ ବ୍ୟବସ୍ଥା କରାଯାଇଛି।

ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଙ୍ଘଲଙ୍କ ନେତୃତ୍ୱରେ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ, ସିଗନାଲ ଓ ଟେଲିକମ୍ୟୁନିକେସନ୍, ଅପରେଟିଙ୍ଗ, ମେକାନିକାଲ ଏବଂ କମର୍ସିଆଲ ବିଭାଗ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପ୍ରଭାବିତ ସ୍ଥାନରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରୁଛନ୍ତି।

ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ରେଳମଣ୍ଡଳ ସ୍ତରରେ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।
ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂର୍ବତଟ ରେଳପଥ ପୁନରୁଦ୍ଧାର କାର୍ଯ୍ୟକୁ ଯଥାସମ୍ଭବ ତ୍ୱରାନ୍ୱିତ କରିବା ଏବଂ ଟ୍ରେନ୍ ଚଳାଚଳକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି। ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ରେଳ କର୍ମୀଙ୍କ ସୁରକ୍ଷା ପ୍ରତି ମଧ୍ୟ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *