ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ର ରାଧାକାନ୍ତ ମନ୍ଦିର ପରିସରରେ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ମହାଆଡ଼ମ୍ବରରେ ପାଳିତ ହୋଇଛି। ଅଖଣ୍ଡ ଭାଗବତ ପାରାୟଣର ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମାସ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଚାରିଦିନ ଧରି ରାଧାକାନ୍ତ ମନ୍ଦିର ପରିସରରେ ଅଖଣ୍ଡ ଭାଗବତ ପାରାୟଣ ସହ ବିଭିନ୍ନ ଧାର୍ମିକ ରୀତିନୀତି, ପୂଜାପାଠ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାଗବତ ପାଠ ଓ ଧାର୍ମିକ ପରିବେଶରେ ମନ୍ଦିର ପରିସର ସମ୍ପୂର୍ଣ୍ଣ ଭକ୍ତିମୟ ହୋଇଉଠିଥିଲା। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଭାଗବତ ପାଠ ଶ୍ରବଣ କରିବା ସହ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମର ଶେଷ ଦିନ, ଅର୍ଥାତ୍ ୨୯ ତାରିଖରେ ବିଧିବିଧାନ ଅନୁସାରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ହୋମଯଜ୍ଞ ପରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ପୂର୍ଣ୍ଣାହୁତି ପରେ ଉପସ୍ଥିତ ଭକ୍ତବୃନ୍ଦଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟାରେ ଭକ୍ତ ପ୍ରସାଦ ସେବନ କରିଥିଲେ।


Leave a Reply