
ବିଷମ କଟକ ବ୍ଲକ୍ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା।ଆଜି ୨୯ ଅଗଷ୍ଟ ୨୦୨୬ରେ ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା ବିଷମ କଟକ ବ୍ଲକ୍ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ।ଏହି ଗସ୍ତ ସମୟରେ ଏମ୍ପିଏଲ୍ଏଡିଏସ୍ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ।ସାଂସଦଙ୍କ ସହ ରାୟଗଡ଼ା ବିଧାୟକ କାଡ୍ରାକା ଆପଲ୍ଲା ସ୍ୱାମୀ, ବିଷମ କଟକ ବ୍ଲକ୍ର ସାଂସଦ ପ୍ରତିନିଧି ଅଶୋକ ଆଚାର୍ଯ୍ୟ, ବିଷମ କଟକ ବିଡିଓ ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ଏଇ, ଜେଇ ଏବଂ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଟିମ୍ ପକ୍ଷରୁ ଚିଲ୍ଡ୍ରେନ୍ ପାର୍କ , ନିଳିଆ ବନ୍ଧ ଫେଭର୍ ବ୍ଲକ୍ ରାସ୍ତା ନିର୍ମାଣ କାମ, ଚାଞ୍ଚଡ଼ାଗୁଡ଼ା, ଡାକୁଲଗୁଡ଼ା ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିଲା।ସେଠାରେ ଏମ୍ପିଏଲ୍ଏଡିଏସ୍ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା।ଅଞ୍ଚଳବାସୀଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସଠିକ୍ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବିଷମ କଟକ ବ୍ଲକ୍ର ବିଭିନ୍ନ ଅଞ୍ଚଳର ଏହି ଅନୁଧ୍ୟାନ ଦ୍ୱାରା ଏମ୍ପିଏଲ୍ଏଡିଏସ୍ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିବା ବେଳେ, ଆଗାମୀ ଦିନରେ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
ବିଷମ କଟକ ବ୍ଲକର ପରମାନନ୍ଦ କୁଟ୍ରୁକାଙ୍କ ରିପୋର୍ଟ


Leave a Reply