BREAKING
ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା ବିଦ୍ୟୁତ ମଣ୍ଡଳରେ ନୂଆ ପଦାଧିକାରୀ ନିର୍ବାଚନ, ପୁନର୍ବାର ସହକାରୀ ସାଧାରଣ ସମ୍ପାଦକ ହେଲେ ମହମ୍ମଦ ରଜିଉଲ୍ଲା
ଅପରାଧ

ରାୟଗଡ଼ାରେ ବନ ବିଭାଗର ବଡ଼ ଧରଣର ଚଢ଼ାଉ; ୩ ଲକ୍ଷ ଟଙ୍କାର ବେଆଇନ କାଠ ଜବତ, ୩ ଗିରଫ

Spread the love

ଅଦ୍ୟ ତାରିଖ ୨୨.୦୮.୨୦୨୬ ପୂର୍ବାହ୍ନ ୧୧.୦୦ ଘଣ୍ଟିକା ସମୟରେ ବନଖଣ୍ଡ ଅଧିକାରୀ , ରାୟଗଡା ଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ , ବନାଞ୍ଚଳ ଅଧିକାରୀ , ରାୟଗଡ଼ ଙ୍କ ନେତୃତ୍ୟ ରେ ରାୟଗଡ଼ ବନାଞ୍ଚଳ ର ସମସ୍ତ ବନ କର୍ମଚାରୀ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ । ଏହି ଚଢାଉ ରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ , ଗୌରୀ ଶଙ୍କର ଚିକ।ଟୀ ଓ ବିବେକ ରାଓ କ।ଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା । ଏହି ଚଢାଉ ରେ କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ , ଗୌରୀ ଶଙ୍କର ଚିକ।ଟୀ ଘରେ ୬୬ ଗୋଟି ଶାଳ ସାଇଜ ଓ ପଟ। ଓ ବିବେକ ରାଓ କ।ଲାଗାରା ଙ୍କ ଘରେ ୫୬ ଗୋଟି ଶାଳ , ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା । ସେମାନେ କୌଣସି ବିଭାଗୀୟ କାଗଜ ଦେଖାଇ ପାରିନଥିଲେ ଓ ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରୁ ଗଛ କାଟି ଆଣିଥିଲେ । ଉପରୋକ୍ତ ଅପରାଧ ସକାଶେ ସେମାନଙ୍କୁ ଶ୍ରୀ ଅନନ୍ତ ହେମ ଚରଣ ବେହେରା , ବନପାଳ , କୋମତାଲପେଟା ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ । ଏହି ଜବତ କାଠ ର ଆନୁମାନିକ ବଜାର ର ମୂଲ୍ୟ ଟଙ୍କା – ୩୦୦୦୦୦.୦୦ ହେବ । ଏହି ଚଢାଉ ରେ ରାୟଗଡ଼ ସେକ୍ସନ ର ବନପାଳ ଶ୍ରୀ ଗୌରୀ ଶଙ୍କର ସାହୁ , ଶ୍ରୀମତୀ ପଦ୍ମାବତୀ ପାଢୀ , ବନପାଳ ଓ ରାୟଗଡ଼ ବନାଞ୍ଚଳ ର ଅନ୍ୟ କର୍ମଚାରୀ ଯୋଗଦାନ କରିଥିଲେ ।

One response to “ରାୟଗଡ଼ାରେ ବନ ବିଭାଗର ବଡ଼ ଧରଣର ଚଢ଼ାଉ; ୩ ଲକ୍ଷ ଟଙ୍କାର ବେଆଇନ କାଠ ଜବତ, ୩ ଗିରଫ”

Leave a Reply

Your email address will not be published. Required fields are marked *