
-ସଡକ ଦୁର୍ଘଟଣାରେ ଦ୍ଵିତୀୟ ଶ୍ରେଣୀ ଛାତ୍ରଙ୍କର ମୃତ୍ୟ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡା ସଦର ଥାନା ଅନ୍ତର୍ଗତ ଶିରିଗୁଡା ଛକରେ। ସୂଚନା ମୁତାବକ ମୃତ ଛାତ୍ର ପୂର୍ଣଚନ୍ଦ୍ର ବିଡିକା ଇଲେକ୍ଟ୍ରି କଲୋନୀ ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀରେ ପଢ଼ନ୍ତି । ପ୍ରତିଦିନ ପରି ମୃତ ପୂର୍ଣ୍ଣଚନ୍ଦ୍ର ସାଙ୍ଗସାଥୀଙ୍କ ସହ ବିଦ୍ୟାଳୟକୁ ଆସିଥିଲେ । ମଧ୍ୟାହ୍ନ ୪ଟାରେ ବିଦ୍ୟାଳୟ ଛୁଟି ପରେ ମୃତ ପୂର୍ଣଚନ୍ଦ୍ର ନିଜ ସାଙ୍ଗସାଥୀଙ୍କ ସହ ଘରକୁ ଚାଲି ଚାଲି ଯାଉଥିଲେ । ରାସ୍ତା ପାରି ହେଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ବଲେରୋ ଗାଡି ତାଙ୍କୁ ଧକ୍କା ଦେଇଥିଲା ।ପରେ ସେଠାରେ ଉପସ୍ଥିତ ଲୋକେ ଦୁର୍ଘଟଣା ଘଟାଇଥିବା ବଲେରୋ ରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ପକ୍ଷରୁ ରାୟଗଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave a Reply