
ଜଣାପଡ଼ିଛି। ଦୀର୍ଘ ବର୍ଷ ଧରି ସେ ମାଁ ମାର୍କମାଙ୍କ ସେବା ଓ ପୂଜାର୍ଚ୍ଚନାରେ ନିଜକୁ ସମର୍ପିତ କରିଥିଲେ।ପାରମ୍ପରିକ ଭାବେ ରାଜା ରାଜୁଡ଼ାଙ୍କ ସମୟରୁ ତାଙ୍କ ବାପା, ଜେଜେବାପା ଓ ପୂର୍ବପୁରୁଷମାନେ ମାଁ ମାର୍କମାଙ୍କ ପୂଜକ ଭାବେ ସେବା କରିଆସୁଥିଲେ। ସେହି ପରମ୍ପରାକୁ ଆଗକୁ ବଢ଼ାଇ ନରୀ ପୂଜାରୀ ମଧ୍ୟ ଦୀର୍ଘଦିନ ଧରି ମାଁଙ୍କ ସେବାରେ ନିୟୋଜିତ ଥିଲେ।ତାଙ୍କ ବିୟୋଗରେ ବିଷମ କଟକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମାଁ ମାର୍କମାଙ୍କ ସେବାରେ ତାଙ୍କର ଦୀର୍ଘ ବର୍ଷର ଅବଦାନ ଓ ପାରମ୍ପରିକ ଭୂମିକାକୁ ସ୍ଥାନୀୟ ଲୋକେ ଶ୍ରଦ୍ଧାର ସହ ସ୍ମରଣ କରୁଛନ୍ତି।ନରୀ ପୂଜାରୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ—ଏହା ହିଁ ଆମର ପ୍ରାର୍ଥନା। ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ର ପରମାନନ୍ଦ କୁଟ୍ରୁକାଙ୍କ ରିପୋର୍ଟ

Leave a Reply