
ତା- ୧୯.୦୮.୨୦୨୬ ରିଖରେ ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପଦ୍ମପୁର ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପଦ୍ମପୁର ସ୍ଥିତ ପଞ୍ଚାୟତ ସମିତି ଅଫିସ ପରିସରରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ପଞ୍ଚାୟତ ସମିତି ଅଧ୍ୟକ୍ଷ। , ଶ୍ରୀମତୀ ମଣିମାଳା ଶବର, ଉପାଧ୍ୟକ୍ଷ, ରମେଶ ଚନ୍ଦ୍ର ସାହୁ , ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର, ଶ୍ରୀ କୁରେଶ ଚନ୍ଦ୍ର ଜାନି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ଏଲିଜାବେଥ ଗୋରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଓ ଉପାଧ୍ୟକ୍ଷ, ଓଡ଼ିଶା ଭିନ୍ନକ୍ଷମ ମଞ୍ଚ, ଶ୍ରୀ ସନ୍ତୋଷ ମହାପାତ୍ର ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୪୪ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୨ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚକଲଗା ଚଉକି ପ୍ରଦାନ କରାଗଲା। ଏତଦବ୍ୟତୀତ, ୨ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକଲ, ୧ ଜଣ ଭିନ୍ନକ୍ଷମଙ୍କୁ ସି. ପି ଚେୟାର ଓ ୨ ଜଣ ଭିନ୍ନକ୍ଷମଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଗଲା । ଉକ୍ତ ଶିବିରରେ ୧୩୮ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ଶିବିରକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ପଦ୍ମପୁର, ଶ୍ରୀମତୀ ସ୍ନିଗ୍ଧାମୟୀ ବାରିକ , କନିଷ୍ଠ ସହାୟକ, ଶ୍ରୀ ଆଶୁତୋଷ ହୋତା , ପ୍ରୋଗ୍ରାମ୍ ସହାୟକ, ଶ୍ରୀ ସୁଜିତ ଆନନ୍ଦ ତ୍ରିପାଠୀ ପରିଚାଳନା କରିଥିଲେ ଏବଂ ପଦ୍ମପୁର ବ୍ଲକର ସମସ୍ତ କର୍ମଚାରୀ ବୃନ୍ଦ ଉକ୍ତ ଶିବିର ରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

Leave a Reply