BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ରାୟଗଡ଼ା ଜିଲ୍ଲା ବିଷମ କଟକରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଜନସମସ୍ୟାର ଖବର।

Spread the love

ବିଷମ କଟକ ସହରରେ ଭୁଶୁଡ଼ି ପଡ଼ିଛି ଆଲୋକୀକରଣ ବ୍ୟବସ୍ଥା।ଆଜକୁ ପ୍ରାୟ ତିନି ମାସ ହେଲାଣି… ସହରର ବିଭିନ୍ନ ୱାର୍ଡ, ସାହି ଓ ମୁଖ୍ୟ ରାସ୍ତାରେ ଠିକ୍ ଭାବରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ।ରାୟଗଡ଼ା ମୁଖ୍ୟ ରାସ୍ତାର ବଡ଼ ଦୁଆର ସାହି ଛକଠାରୁ କ୍ରୀଷ୍ଟିଆନ ହସ୍ପିଟାଲ ଛକ ପର୍ଯ୍ୟନ୍ତ… ଅନେକ ସ୍ଥାନରେ ଲାଇଟ୍ ନଥିବା ଅଭିଯୋଗ ହୋଇଛି।କେବଳ ଏତିକି ନୁହେଁ…ମା’ ମାର୍କମା ମନ୍ଦିର ଛକ, ତେଲି ସାହି, ଡୁକୁମ୍ ରୋଡ୍, ନୂଆ ସାହି, ବଡ଼ ହରିଜନ ସାହି, ଜଗନ୍ନାଥ ମନ୍ଦିର ରାସ୍ତା, ସାନ ହରିଜନ ସାହି, ବ୍ଲକ୍ କଲୋନୀ, ମୁଖ୍ୟ ମାର୍କେଟ, ହେମଗିରି ସାହି, ବଡ଼ ଦୁଆର ସାହି ସମେତ ଅନେକ ଅଞ୍ଚଳରେ ମଧ୍ୟ ଷ୍ଟ୍ରିଟ୍ ଲାଇଟ୍‌ର ସମସ୍ୟା ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ।କେତେକ ସ୍ଥାନରେ କରେଣ୍ଟ ପୋଲ୍‌ର ଲାଇଟ୍ ଫ୍ୟୁଜ୍ ହୋଇ ପଡ଼ିଥିବା ବେଳେ… ଆଉ କେତେକ ସ୍ଥାନରେ ଲାଇଟ୍ ନଥିବା ଯୋଗୁଁ ସନ୍ଧ୍ୟା ହେଲେ ଅନ୍ଧକାରରେ ବୁଡ଼ିଯାଉଛି ବିଷମ କଟକ ସହର।ଏହି ଅନ୍ଧକାରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା।ଲୋକଙ୍କ କହିବା ଅନୁସାରେ, ରାତି ସମୟରେ ରାସ୍ତା ଅନ୍ଧକାର ରହିଲେ ଚୋରି, ଡକାୟତି ଭଳି ଅପରାଧ ଘଟିବାର ଆଶଙ୍କା ବଢ଼ିପାରେ।ତେଣୁ ସହରର ଆଲୋକୀକରଣ ବ୍ୟବସ୍ଥାକୁ ଶୀଘ୍ର ସୁଧାରିବାକୁ ଦାବି ହୋଇଛି।ସ୍ଥାନୀୟ ବାସିନ୍ଦାମାନେ ସ୍ଥାନୀୟ ବିଧାୟକଙ୍କୁ ଏହି ସମସ୍ୟାରେ ତୁରନ୍ତ ହସ୍ତକ୍ଷେପ କରିବା ସହ… ବିଷମ କଟକ ସହରର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଦାବି କରିଛନ୍ତି।ଏଥିସହ ବିଷମ କଟକର ବୁଦ୍ଧିଜୀବୀ, ସମାଜସେବୀ ଓ ବରିଷ୍ଠ ନାଗରିକମାନେ ମଧ୍ୟ ଏହି ଜନସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ… ପୂର୍ବରୁ ପଞ୍ଚାୟତ ପକ୍ଷରୁ କରେଣ୍ଟ ବିଲ୍ ପୈଠ କରାଯାଉଥିଲା। ଏପରିକି ପ୍ରତ୍ୟେକ ଖାଉଟି କାର୍ଡଧାରୀଙ୍କଠାରୁ ୩୦ ଟଙ୍କା ହିସାବରେ କରେଣ୍ଟ ବିଲ୍ ପୈଠ କରାଯାଉଥିବା କଥା ମଧ୍ୟ ସେମାନେ କହିଛନ୍ତି।ବିଷମ କଟକ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପରେ… ପୂର୍ବରୁ ପଞ୍ଚାୟତ ଅଧୀନରେ ଥିବା ସରକାରୀ କାମର ଦାୟିତ୍ୱ ବର୍ତ୍ତମାନ ବିଜ୍ଞାପିତ ଅଞ୍ଚଳ ପରିଷଦ ବୁଝୁଛି।ତେଣୁ ଆଲୋକୀକରଣ ଭଳି ମୌଳିକ ସୁବିଧାର ସମସ୍ୟାକୁ ମଧ୍ୟ ଶୀଘ୍ର ସମାଧାନ କରିବାକୁ ଦାବି ହେଉଛି।ସ୍ଥାନୀୟ ଲୋକଙ୍କ ଆଉ ଏକ ଦାବି ହେଉଛି… ବିଷମ କଟକର ସର୍ବସାଧାରଣ, ବୁଦ୍ଧିଜୀବୀ, ସମାଜସେବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ ନେଇ ଏକ ବୈଠକ ଡକାଯାଉ।ବୈଠକରେ ସମସ୍ତଙ୍କ ମତାମତ ନେଇ… ସହରର କେଉଁଠି ନୂଆ ଲାଇଟ୍ ଲାଗିବ, କେଉଁ ଲାଇଟ୍ ମରାମତି ହେବ ଏବଂ କେଉଁ ଅଞ୍ଚଳକୁ ପ୍ରାଥମିକତା ଦିଆଯିବ… ସେନେଇ ଏକ ସ୍ପଷ୍ଟ ଯୋଜନା କରାଯାଉ।କାରଣ… ଏକ ସହରର ବିକାଶ କେବଳ ରାସ୍ତା ଓ କୋଠାବାଡ଼ି ନିର୍ମାଣରେ ସୀମିତ ନୁହେଁ।ଲୋକଙ୍କ ସୁରକ୍ଷା ପାଇଁ ରାତିରେ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ସେତିକି ଜରୁରୀ।ତେଣୁ ପ୍ରଶ୍ନ ହେଉଛି—ବିଷମ କଟକ ସହର କେବେ ଅନ୍ଧକାରମୁକ୍ତ ହେବ?ସ୍ଥାନୀୟ ଲୋକଙ୍କ ଦାବି ପରେ ବିଷମ କଟକ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପ୍ରଶାସନ କେବେ ପଦକ୍ଷେପ ନେଉଛି… ତାହା ଉପରେ ଏବେ ସମସ୍ତଙ୍କ ନଜର।

ବିଷମ କଟକ ବ୍ଲକର ପରମାନନ୍ଦ କୁଟ୍ରୁ କାଙ୍କ ରିପୋର୍ଟ ସାକ୍ଷୀ ଖବର

Leave a Reply

Your email address will not be published. Required fields are marked *