BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ବିଷମ କଟକ ବିଜେପିକୁ ପୁଣି ଝଟକା : ମିଶ୍ରଣ ପର୍ବର ଦୁଇଦିନ ପରେ ବିଜେପ ଛାଡି ବିଜେଡି କୁ ଘରବାହୁଡିଲେ ନେତାବିଷମ କଟକ

Spread the love

ରାୟଗଡା ଜିଲ୍ଲା ବିଷମ କଟକ ଏନ୍‌ଏସ୍ ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ଭାରତୀୟ ଜନତା ଦଳ ତରଫରୁ ଗତ ରବିବାର ଦିନ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ମିଶ୍ରଣ ପର୍ବରେ ରାୟଗଡା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲାକା ଏବଂ ବିଷମ କଟକ ବ୍ଲକ ବିଜେପି ନେତା,କର୍ମୀ ଙ୍କ ଉପସ୍ଥିତିରେ ପାତ୍ରଗୁଡା ଗ୍ରାମର ବିଜେଡି ସମର୍ଥକ ପୂର୍ବତନ ନାଏବ ସରପଂଚ ରାମେୟା ଉର୍ଲାକା ତାଙ୍କ ସମର୍ଥକ ଙ୍କ ସହ ବିଜେପି ଦଳରେ ସାମିଲ ହୋଇଥିଲେ । ମିଶ୍ରଣ ପର୍ବକୁ ଦୁଇ ଦିନ ନ ପୁରୁଣୁ ବୁଧବାର ଦିନ ସଂପୃକ୍ତ ପୂର୍ବତନ ନାଏବ ସରପଂଚ ରାମେୟା ଉର୍ଲାକା ଏବଂ ତାଙ୍କ ସମର୍ଥମ ମାନେ ପୁଣି ବିଜେଡି ଦଳ କୁ ଫେରିଛନ୍ତି । ବିଷମ କଟକ ଏନ୍‌ଏସି କୁ ରାଜ୍ୟସରକାର ୨୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି, ପ୍ରତ୍ୟେକ ୱାର୍ଡରେ ଯେତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଟଙ୍କା ସରିବନାହିଁ ଏବଂ ପ୍ରତ୍ୟେକ ଗ୍ରାମ ପଂଚାୟତରେ ଏକ ଶହ ଜଣଙ୍କୁ ଚାକିରିରେ ନିଯୁକ୍ତ ଦିଆଯିବ ବୋଲି ପ୍ରଲୋଭନ ଦେଖାଇ ଆମ୍ଭ ଙ୍କୁ ବିଜେପି ଦଳରେ ସାମିଲ କରିଥିଲେ, ପରବର୍ତୀ ସମୟରେ ଏ ସବୁ ମିଥ୍ୟ ବୋଲି ଜଣିବା ପରେ ଆମ୍ଭେ ପୁନର୍ବାର ବିଜେଡି କୁ ଘରବାହୁଡା ହୋଇଛୁ ବୋଲି ପୂର୍ବତନ ନାଏବ ସରପଂଚ ରାମେୟା ଉଲାକା ପ୍ରକାଶ କରିଛନ୍ତି । ଆଜି ବିଷମ କଟକ ନେତାଜୀ ସଂସଦ ସମ୍ମିଳନି କକ୍ଷରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁଧିର କୁମାର ଦାସ,ରାଜ୍ୟ ସମ୍ପାଦକ ପୃଥ୍ୱିବିରାଜ ସାହୁ, ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ଡି.ଶିବପ୍ରସାଦ, ରବିନ୍ଦ୍ର ନାଥ ପଣ୍ଡା ଙ୍କ ଉପସ୍ଥିତିରେ ସମସ୍ତେ ଘରବାହୁଡିଛନ୍ତି । ମୁଣ୍ଡ ଉପରେ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ରହିଥିବା ବେଳେ ବିଜେପି ବିଷମ କଟକ ରେ ଦଳ କୁ ମଜଭୁତ କରିବାକୁ ଚେଷ୍ଠା କରି ବାରମ୍ବାର ବିଫଳତାର ସମ୍ମୁଖିନ ହେଉଛି । ଗତ କିଛି ମାସ ପୂର୍ବେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତିରେ ଭୂବନେଶ୍ୱର ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଦଳର କିଛି ସରପଂଚ ଏବଂ ସମିତି ସଭ୍ୟ ମାନଙ୍କୁ ଦଳରେ ସାମିଲ କରାଇଥିଲେ ସୁଦ୍ଧା ୨୪ଘଂଟା ନ ପୁରୁଣୁ ଅଧିକାଶଂ ସମିତିସଭ୍ୟ ଏବଂ ସରପଂଚ ମାନେ ବିଜେପି ର ମିଥ୍ୟା ପ୍ରତିଶୃତିର ଅଭିଯୋଗ ଆଣି ବିଜେଡି କୁ ଘରବାହୁଡିଥିଲେ ।ରାୟଗଡା

ଜିଲ୍ଲା ପ୍ରତିନଧି ପ୍ରଶାନ୍ତ କୁମାର ପାଢୀଙ୍କ ରିପୋର୍ଟ ସାକ୍ଷୀ ଖବର

Leave a Reply

Your email address will not be published. Required fields are marked *