-ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କାର୍ଯ୍ୟାଳୟରେ ଆଜି ଏକ ବିଶେଷ ଉତ୍ସବ ଅନୁଷ୍ଠିତ ହେଇଥିଲା।କୋରାପୁଟ ଲୋକସଭା mp ଶ୍ରୀଯୁକ୍ତ ସପ୍ତଗିରି ଉଲାକା ପ୍ରତିଷ୍ଠିତ ସଂସଦ ରତ୍ନ ଉପାଧିରେ ସଂମାନ ହୋଇଥିବା ଖୁସିରେ ବ୍ଲକ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। Mp ପ୍ରତିନିଧି ଶ୍ରୀ କୁମାର ସ୍ୱାମୀ କୌଶଲ୍ୟା ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ mp ଙ୍କ କାର୍ଯ୍ୟାବଳୀର ଉଚ୍ଚ ପ୍ରଶଂସା କରିଥିଲେ। ସଂସଦ ଅଂଚଳର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ସ୍ୱାର୍ଥ ଓ ବିକାଶ ମୂଳକ ପ୍ରସଙ୍ଗକୁ ଦୃଢ ତଥା ନିରନ୍ତର ଭାବେ ଉପସ୍ଥାପନା କରି ଉଲେଖ୍ୟନିୟ ସେବା ଯୋଗାଇ ଥିବାରୁ ସେ ଏହି ଜାତୀୟ ସ୍ତରୀୟ ସଂମାନର ହକଦାର ହୋଇଛନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଏହି ସଭାରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନାଗେଶ୍ୱର ରାଓ, ସରପଞ୍ଚ ଗୌତମ ବାର୍ଲି, ବ୍ଲକ କଂଗ୍ରେସ କମିଟି ସମ୍ପାଦକ ପ୍ରଶାନ୍ତ ନନ୍ଦ କୌଶଲ୍ୟାଙ୍କ ସମେତ ବହୁ ବରିଷ୍ଠ ନେତା ଯୁବ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଏହି ଅବସରରେ ଦଳୀୟ କର୍ମୀ ମାନେ ପରସ୍ପରକୁ ମିଷ୍ଟାନ ବଣ୍ଟନ କରି ଆନନ୍ଦପ୍ରକାଶ କରିବା ସହ mp ଙ୍କ ଉର୍ନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ।



Leave a Reply