BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଆରୋମ୍ଭ ହୋଇଯାଇଛି

Spread the love

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ମେରା ଯୁବା ଭାରତ ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲାୱାଢା ଙ୍କ ନେତୁତ୍ର ରେ ଜିଲ୍ଲା ର ୨୪ ଜନ ଭଲ୍ୟୁଣ୍ଟାରୀ କୁ ନେଇ ଆଜି ଏକ ବୈଠକ କରାଯାଇଥିଲା ଏହି ବୈଠକ କୁଇଜ୍ କାର୍ଯ୍ୟକ୍ରମ ଓ ବିକଶିତ ଭାରତ ର ଲକ୍ଷ୍ୟ ଦିଗରେ ନିଜର ଚିନ୍ତାଧାରା, ସୃଜନଶୀଳତା, ଏକ ଯୁବ ଭାରତୀୟ ମାନ ଙ୍କୁ ନବସୃଜନ ଏବଂ ନେତୃତ୍ୱ ପାଇଁ । ସୁଯୋଗ ପ୍ରଦାନ କରିବ। ବୈଠକରେ ମେରା ଯୁବ ଭାରତର ବିଭିନ୍ନ ଯୁବ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ଆଲୋଚନା କରାଯାଇଥିଲା। ଏହି ଅବସରରେ କୁଇଜ୍ ପ୍ରତିଯୋଗିତା ପଞ୍ଜୀକରଣ ଅଭିଯାନର ପୋଷ୍ଟର ଉନ୍ମୋଚନ କରାଯାଇ ଜିଲ୍ଲାବ୍ୟାପୀ ଯୁବ ସଂଯୋଗ ଅଭିଯାନର ଶୁଭାରମ୍ଭ କରାଯାଇଥିଲା।ଏହି ବୈଠକରେ “ଭାରତ ପାଇଁ ସ୍ୱେଚ୍ଛାସେବକ” କାର୍ଯ୍ୟକ୍ରମ, ଅନୁଭୂତିଭିତ୍ତିକ ଶିକ୍ଷଣ କାର୍ଯ୍ୟକ୍ରମ, ଯୁବ ବିନିମୟ କାର୍ଯ୍ୟକ୍ରମ, ବିକଶିତ ସଜୀବ ଗ୍ରାମ କାର୍ଯ୍ୟକ୍ରମ, ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା, ଯୁବ କ୍ଲବ ଗଠନ ଓ କ୍ଲବ ଗୁଡ଼ିକୁ ଆବଶ୍ୟକ ସହଯୋଗ ପ୍ରଦାନ ଆଦି କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ଏହା ସହିତ ଜିଲ୍ଲାସ୍ତରରେ କ୍ରୀଡ଼ା, ସାଂସ୍କୃତିକ, ତଥା ବିଭିନ୍ନ ଦକ୍ଷତା-ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଓ ଯୁବତୀମାନଙ୍କୁ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଚୟନ କରିବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ଜାତୀୟ କାର୍ଯ୍ୟକ୍ରମ ୧୦ ରୁ ୧୨ ଜାନୁ ଆରୀ १०१១ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ୧୭ଅଗଷ୍ଟ ୨୦୨୬ ସୁଦ୍ଧା ୧୫–୨୯ ବର୍ଷ ବୟସର ଯୁବକ-ଯୁବତୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ଏଥିରେ ରେ ବିକଶିତ ଭାରତ ଚ୍ୟାଲେଞ୍ଜ, ସାଂସ୍କୃତିକ ଟ୍ରାକ୍, ଡିଜାଇନ୍ ଫଚ୍ ରନ୍ ଫର୍ ଭାରତ, ହ୍ୟାକ୍ ଫର୍ ସୋ ସୋସିଆଲ୍ କଜ୍, ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ଏବଂ ଯୁବ ସଂସଦ ଭଳି ଛଅଟି ଟ୍ରାକ୍ ଆୟୋଜିତ ହେବ। ଏହି ପଦକ୍ଷେପ ଯୁବ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାରୁ ରାଜ୍ୟସ୍ତର ଜିଲ୍ଲାସ୍ତରୀୟ ପ୍ରତି ଏବଂ ଶେଷରେ ନୂ ଆଦି ଲ୍ଲୀରେ ଜାତୀୟସ୍ତରୀୟ ମଞ୍ଚ ପର୍ଯ୍ୟନ୍ତ ଆଗକୁ ବଢ଼ିବା ପାଇଁ ଏକ ସୁସଂଗଠିତ ମାର୍ଗ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମ ସମ୍ପର୍କିତ ବିସ୍ତୃତ ସୂଚନା ‘ ମାଇ ଭାରତ’ ପୋର୍ଟାଲରେ ଉପଲବ୍ଧ ଅଛି ଏବଂ ଅଂଶଗ୍ରହଣକାରୀମାନଙ୍କ ପାଇଁ କୁଇଜ୍ ସକ୍ରିୟ ରହିଛି। ମାଇ ଭାରତ ପକ୍ଷରୁ ରାୟଗଡ଼ା ଜିଲ୍ଲାର ସମସ୍ତ ଯୋଗ୍ୟ ଯୁବକ-ଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ନିଜର ଜ୍ଞାନ, ପ୍ରତିଭା, ସୃଜନଶୀଳତା, ତା, ନେତୃତ୍ବ ଏବଂ ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିବା ଜିଲ୍ଲା ଯୁବ ଅଧିକାରୀ ଭଲ୍ୟୁଣ୍ଟାର ମାନଙ୍କୁ କୋହିଥିଲେ ।

Leave a Reply

Your email address will not be published. Required fields are marked *