BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ଭକ୍ତିରେ ଭିଜିଲା ରାୟଗଡ଼ା, ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

Spread the love

ରାୟଗଡ଼ାରେ ଉତ୍ସବମୁଖର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଡେଲି ମାର୍କେଟରେ ଭକ୍ତିମୟ ପରିବେଶ​ରାୟଗଡ଼ା ଡେଲି ମାର୍କେଟ ସ୍ଥିତ ଶ୍ରୀ କୃଷ୍ଣ ଧ୍ୟାନ ମନ୍ଦିର ଏବଂ ସୀତାରାମ ଧ୍ୟାନ ଆଞ୍ଜନେୟ ମନ୍ଦିର କମିଟି ପକ୍ଷରୁ ଆଜି ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ୫ଟାରେ ଠାକୁରଙ୍କ ଦିବ୍ୟ ଅଭିଷେକ ଓ ପୂଜାର୍ଚ୍ଚନା ସହ ଦିନବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସକାଳ ୯ଟାରେ ଏକ ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରିଥିବାବେଳେ ଦିନ ୧୨ଟାରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।​ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କାଡ୍ରାକାପ୍ଲା ସ୍ଵାମୀ ଯୋଗଦେଇଥିବାବେଳେ ତାପରେ ମଞ୍ଜୁଳା ମିନାୟକା ଏବଂ ପରେ ବସନ୍ତ ଓ ଲୋକା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ। ଏହାର ମୁଖ୍ୟ ଆକର୍ଷଣ ଥିଲା ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ପାରମ୍ପରିକ ମାଠିଆ ଫୋଡା ବା ‘ଉଟ୍ଟି କୋଟାଡାମ’ ଉତ୍ସବ। ଶେଷରେ ସନ୍ଧ୍ୟା ୬ରୁ ୭ଟା ମଧ୍ୟରେ ମଙ୍ଗଳ ଆରତୀ ସହ ଉତ୍ସବ ସମାପ୍ତ ହୋଇଛି। କମିଟିର ଏହି ସୁନ୍ଦର ଆୟୋଜନରେ ସହରର ବହୁସଂଖ୍ୟକ ଶ୍ରଦ୍ଧାଳୁ ଓ ଜନସାଧାରଣ ସାମିଲ ହୋଇ ପର୍ବର ଆନନ୍ଦ ଉଠାଇଛନ୍ତି।​କମିଟି କର୍ମକର୍ତ୍ତା:​ସଭାପତି ଏସ୍. ବାଙ୍ଗାରି ବାବୁ ​ସମ୍ପାଦକ ଇ. ଅନିଲ କୁମାର ​ଉପ-ସଭାପତି : କୋଲା ଆପାରାଓ ​ପ୍ରତିଷ୍ଠାତା : କେ. ରାବଣା ରାଓ ​ସଦସ୍ୟ/କାର୍ଯ୍ୟକର୍ତ୍ତା: ମୋବଲ ରାବଣା, କିଶୋର, ପି. ମୁରଲୀ, ବିଜୟ ଏବଂ ଅନ୍ୟାନ୍ୟ ସଦସ୍ୟବୃନ୍ଦ।

Leave a Reply

Your email address will not be published. Required fields are marked *