BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ବୈଠକରେ ,ନୂତନ ବିରୋଧୀ ସାଂସଦ ପ୍ରତିନିଧୀ କୁ ନେଇ କଂଗ୍ରେସରେ ଅସନ୍ତୋଷ……

Spread the love

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ pwd ଆଇବି ଠାରେ ଆଜି କଂଗ୍ରେସ ବିରୋଧୀ ଙ୍କୁ ସାଂସଦ ପ୍ରତି କେମିତି ଦିଆଯାଇଛିକାହା ଇଙ୍ଗିତରେ ଏପରି କାର୍ଯ୍ୟ କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା ବୋଲି ସେହି ସମ୍ପର୍କରେ ବୈଠକ କରାଯାଇଥିଲା। ଏହି ବୈଠକଟି ବିଷମକଟକ ବ୍ଲକ କଂଗ୍ରେସ ସଭାପତି କୃଷ ନାଣକା ଙ୍କ ନିର୍ଦ୍ଦେଶନ କ୍ରମେ ଏହି ବୈଠକ ଟି ଅନୁଷ୍ଠିତ ହୋଇଥିଲା । ବର୍ତମାନ କିଛି ଦିନ ତଳେ କଂଗ୍ରେସ ବିରୋଧୀ ଅଶୋକ ଆଚାର୍ଯ୍ୟ ଙ୍କୁ ସାଂସଦ ପ୍ରତିନିଧୂ ଭାବେ କିପରି ଦିଆଯାଇଛି ବୋଲି ରଣହୁଙ୍କାର କରିଥିଲେ ଆଜି କଂଗ୍ରେସ କର୍ମୀ ମାନେ। ଏହି ବୈଠକରେ ୨୧ ଖଣ୍ଡ ପଂଚାୟତର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ। କଂଗ୍ରେସ କର୍ମୀଙ୍କ କହିବା କଥା ଯେ ଆଗାମୀ ଦିନରେ ସେ ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ନିଳମାଧବ ହିକକାଙ୍କୁ ଗାଳି ଗୁଲଜ କରିଥିବା ଏବଂ କଂଗ୍ରେସ କୁ ବିରୋଧ କରି ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକା ଙ୍କ ପୁତ୍ର ନିଳମାଧବ ଉଲ୍ଲାକା ଙ୍କୁ ସ୍ବାଧୂନ ପ୍ରାର୍ଥୀ ଭାବେ ଠିଆ କରି ସ୍ବାଧୂନ ପ୍ରାର୍ଥୀ ଉଲ୍ଲୋକା ଙ୍କ ପାଇଁ ଭୋଟ ମାଗି ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟଦେବା ପାଇଁ ପ୍ରଚାର କରିଥିବା ଏହି ଅଶୋକ ଆଚାର୍ଯ୍ୟ ଙ୍କୁ କାହିଁକି ସାଂସଦ ପ୍ରତିନିଧୂ ଦିଆଯାଇଛି ବୋଲି କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି ଓ ଗତ ନିର୍ବାଚନ ରେ ସାଂସଦ ସପ୍ତଗିରି ଉଲ୍ଲାକା ଙ୍କ ଫୋଟ ନିଆଁ ଲଗାଇ ସାଂସଦ ସପ୍ତଗିରି ଉଲ୍ଲାକା ଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଥୂବା ଅଶୋକ ଆଚାର୍ଯ୍ୟ ଙ୍କୁ କାହିଁକି ଦିଆଯାଇଛି ବୋଲି କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି ଓ ସେ ଭିଡିଓ ଏବେ ସମସ୍ତ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ନିର୍ବାଚନ ପୂର୍ବରୁ ସାଂସଦ ସପ୍ତଗିରି ଉଲ୍ଲାକା ବିଷମକଟକ ଆସିଲେ କଂଗ୍ରେସ କର୍ମୀ ମାନଙ୍କୁ ୧୦ ଦିନ ଆଗରୁ କଂଗ୍ରେସ କର୍ମୀ ମାନଙ୍କୁ ଜଣାଇ ଆସୁଥିଲେ। ହେଲେ ଏବେ ଆସିଲେ କାହିଁକି କଂଗ୍ରେସ କର୍ମୀ ମାନଙ୍କୁ ନ ଜଣାଇ ଆସୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାହାଡ଼ା ପଂଚାୟତ କଂଗ୍ରେସ କର୍ମୀ ମାନେ। କିଛି ଦିନ ତଳେ ସାହାଡା ପଂଚାୟତର କବିତା ହିକକା ନିଟ୍ ରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ରେ ସ୍ଥାନ ପାଇଥିବା ଖବର ଶୁଣିବା ପରେ ସାଂସଦ ସପ୍ତଗିରି ଉଲ୍ଲାକା କବିତାର ଗାଁ ସାହାଡ଼ା ଗ୍ରାମର କବିତା ହିକକାଙ୍କ ବାସଭବନରେ ପହଁଚି ଥିଲେ। ହେଲେ ସେ ବିଷମକଟକ ବ୍ଲକର ସାହାଡ଼ା ଗ୍ରାମରେ ଓ ବିଷମକଟକ ବ୍ଲକ ର କୈାଣସି କଂଗ୍ରେସ କର୍ମୀ ମାନଙ୍କୁ ନ ଜଣାଇ କିପରି ହଠାତ୍ ଆସିଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ମାନେ। ସାଂସଦ ଆସିଲେ କଂଗ୍ରେସ କର୍ମୀମାନେ କେମିତି ଜାଣୁ ନାହାନ୍ତି ବୋଲି ସାଧାରଣ ଜନତା ମାନେ କଂଗ୍ରେସ କର୍ମୀ ମାନଙ୍କୁ ପ୍ରଶ୍ନ କରିଛନ୍ତି। ଏଠି କି ପ୍ରକାର ଉତ୍ତର ଦେବେ କଂଗ୍ରେସ କର୍ମୀ ମାନେ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ କର୍ମୀ ମାନେ।ସେମାନେ କହିଛନ୍ତି ଯେ କଂଗ୍ରେସ କିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ଦୁଇ ଗୋଷ୍ଠୀ ହେବ ସପ୍ତଗିରି ଉଲ୍ଲାକା ଏପରି ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ମାନେ। ଦୁଇ ବର୍ଷ ହେଲା ବିଷମକଟକ ବ୍ଲକରେ ସାଂସଦ ପ୍ରତିନିଧୂ ଖାଲି ପଡିଥିଲା। କଂଗ୍ରେସ ବରିଷ୍ଠ ନେତା ପୁରୁଷୋତ୍ତମ ତୁଳ, ଜିଗିଡି ସରପଞ୍ଚ ଅଜିତ ସାରକା ଓ ବିଷମକଟକ ବ୍ଲକ କଂଗ୍ରେସ ସଭାପତି କୃଷ ନାଣକା ଙ୍କୁ ୨୧ ଗୋଟି ପଂଚାୟତ କଂଗ୍ରେସ କର୍ମୀ ମାନେ ଆଲୋଚନାକରି ଏହି ୩ ଜଣ ଙ୍କ ନାମ ଦିଆଯାଇଥିବା ବେଳେ ସେ କାହିଁକି ଏମାନଙ୍କୁ ଦେଲେ ନାହିଁ ଓ କାହିଁକି କୈାଣସି କଂଗ୍ରେସ କର୍ମୀ ମାନଙ୍କ ସହିତ ଆଲୋଚନା କରିଲେ ନାହିଁ ବୋଲି କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ ସମୟରେ ଦିନ ରାତି ଏକ କରି ଯେଉଁ ପରିଶ୍ରମ କରି ପୂର୍ବପୁରୁଷରୁ କଂଗ୍ରେସ ରେ ରହି ଯେଉଁ ଅକ୍ରାନୁ ପରିଶ୍ରମ କରି କୌଣସି ଦଳକୁ ନଯାଇ କୈାଣସି ସ୍ବାର୍ଥ ନଥାଇ କଂଗ୍ରେସ ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟକାରି କଂଗ୍ରେସ ଦଳକୁ ଜୀବିତ ରଖୁଛୁ ଏବେ ଆମ ମାନଙ୍କୁ କାହିଁକି ଅଣଦେଖା କରୁଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ମାନେ। ଆମ ପ୍ରଶ୍ନ ର ଉତ୍ତର ସାଂସଦ ସପ୍ତଗିରି ଉଲ୍ଲାକା ନିଶ୍ଚିତ ଦେବାକୁ ପଡ଼ିବ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ମାନେ।। ଯେଉଁ କଂଗ୍ରେସ ବିରୋଧୀ ନେତା ଅଶୋକ ଆଚାର୍ଯ୍ୟ ଙ୍କୁ ସାଂସଦ ସପ୍ତଗିରି ଉଲ୍ଲାକା ସାଂସଦ ପ୍ରତିନିଧୂ ଦେଇଛନ୍ତି ତାହା ଅତି ଶୀଘ୍ର ଉଠାଇ ନେବାକୁ ୨୧ ଗୋଟି ପଂଚାୟତର କଂଗ୍ରେସ କର୍ମୀ ମାନେ ଅଭିଯୋଗ କରିଛନ୍ତି। ଯଦି ଏପରି କାର୍ଯ୍ୟ ନକରାଯାଏ ତାହେଲେ ସପ୍ତଗିରି ଉଲ୍ଲାକା ଙ୍କୁ ସମସ୍ତ ପଂଚାୟତର କଂଗ୍ରେସ କର୍ମୀ ମାନେ ବିରୋଧୀ କରିବେ ଓ କଂଗ୍ରେସ ଦଳ ଆହୁରି ହଜାର ହଜାର କଂଗ୍ରେସ କର୍ମୀ ମାନେ ରାଲି କରିବେ ଓ ଆଉ କେବେ ମଧ୍ୟ ସାହାଡା ପଂଚାୟତ ମାଟି ସାଂସଦ ସପ୍ତଗିରି ଉଲ୍ଲାକା କୁ ମଡାଇ ଦିଆଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ କର୍ମୀ ମାନେ। ବ୍ଲକକା, ପୁରୁଷୋତ୍ତମ ତୁଳ, ବରିଷ୍ଠ କଂଗ୍ରେସ ନେତା ଓଲାଷା ଓଡାକା,ଅନିଲ, କାନୁ ମେଦ୍ରି, ସମେତ ୪୦୦ ରୁ ଉର୍ଦ୍ଧ୍ୱ କର୍ମୀ ମାନେ ଉପସ୍ଥିତ ଥିଲେ।

ବିଷମ କଟକ ବ୍ଲକର ପରମାନନ୍ଦ କୁଟ୍ରୁକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *