BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ରାୟଗଡ଼ରେ ଉଦ୍‌ଯାପିତ ହେଲା ତିନିଦିନିଆ ଜାତୀୟ କ୍ରୀଡ଼ା ଦିବସ: “ଖେଲେଗା ଭାରତ, ଜିତେଗା ଭାରତ” ବାର୍ତ୍ତାରେ ଉତ୍ସବମୁଖର ଜିଲ୍ଲା​

Spread the love

୩୦/୦୮ (ସାକ୍ଷୀ ଖବର): ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଆଦେଶକ୍ରମେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର କହଁରଙ୍କ ତତ୍ତ୍ୱାବଧାନରେ ରାୟଗଡ଼ ଜିଲ୍ଲାରେ ଜାତୀୟ କ୍ରୀଡ଼ା ଦିବସ–୨୦୨୬ ଅଗଷ୍ଟ ୨୮, ୨୯ ଓ ୩୦ ତାରିଖରେ ବ୍ୟାପକ ଉତ୍ସାହ ସହିତ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୁଖ୍ୟ ବାର୍ତ୍ତା “ଖେଲେଗା ଭାରତ, ଜିତେଗା ଭାରତ” ରଖାଯାଇଥିବା ବେଳେ ଶିଶୁ ଓ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଏବଂ ନିୟମିତ କ୍ରୀଡ଼ାକୁ ଜୀବନଶୈଳୀର ଅଂଶ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।​ତିନିଦିନିଆ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ୍ ଅଗଷ୍ଟ ୨୮ ତାରିଖରେ “TRIBUTE” ଥିମ୍‌ରେ ଦେଶର ମହାନ କ୍ରୀଡ଼ାବିତ୍‌ଙ୍କ ପ୍ରତି ଡିଜିଟାଲ ଓ ସାମୁଦାୟିକ ଭାବେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଦ୍ୱିତୀୟ ଦିନ ଅଗଷ୍ଟ ୨୯ ତାରିଖରେ “PLAY” ଥିମ୍‌ ଅଧୀନରେ “ଏକ ଘଣ୍ଟା ଖେଳ ପଡ଼ିଆରେ” ବାର୍ତ୍ତା ସହିତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କବାଡ଼ି, ଖୋ-ଖୋ, ଫୁଟବଲ୍‌ ଓ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।​ଶେଷ ଦିନ ଅର୍ଥାତ୍ ଅଗଷ୍ଟ ୩୦ ତାରିଖରେ “MOVE” ଥିମ୍‌ ଅନ୍ତର୍ଗତ “Special Sundays – Cycle Edition” କାର୍ଯ୍ୟକ୍ରମ ମାଧ୍ୟମରେ ସାଇକେଲ ଚାଳନା ଓ ଶାରୀରିକ ଗତିବିଧି ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଇଥିଲା। ଏହି ସାଇକଲ୍ ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର କହଁର, ଉପ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିଳିତ ଭାବେ ଉଦଘାଟନ କରିଥିଲେ।​ଏହି ସମଗ୍ର କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାର ସମସ୍ତ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସଫଳତାର ସହିତ ପରିଚାଳନା କରିଥିଲେ। ଏହି ତିନିଦିନିଆ ଆୟୋଜନ ରାୟଗଡ଼ ଜିଲ୍ଲାରେ କ୍ରୀଡ଼ା ପ୍ରତି ଏକ ନୂତନ ଉତ୍ସାହ ଏବଂ ସକ୍ରିୟ ଜୀବନଶୈଳୀ ପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିପାରିଛି।

Leave a Reply

Your email address will not be published. Required fields are marked *