
ପୋଲିସ୍ ର ବଡ ସଫଳତା . ବିଷମ କଟକ. ବିଦେଶୀ ମଦର ବେଆଇନ କାରବାର ଓ କଳା ବଜାରି ବିରୋଧରେ ବିଷମ କଟକ ପୋଲିସ୍ କୁମିଳିଛି ବଡ ସଫଳତା | ରାୟଗଡା ଜିଲ୍ଲାର ବିଷମ କଟକ ଥାନା ଅଧୀନନୂଆ ବସ୍ ଷ୍ଟାଣ୍ଡ ନିକଟରେ ଅନଲୋଡ଼ କରି ରଖାଯାଇଥିବା ବିପୁଳ ପରିମାଣର ବେଆଇନ ବିଦେଶ ମଦ ପେଟିକୁ ପୋଲିସ୍ ଜବତ କରିଛି | ସୂଚନା ଅନୁଯାଇ ଏକ ବସ୍ ଯୋଗେ ରାୟଗଡାରୁ ଏହି ବିଦେଶୀ ମଦ ବିଷମ କଟକ ଅଞ୍ଚଳକୁ ଆସିଥିଲା | ପରେ ନୂଆ ବସ ଷ୍ଟାଣ୍ଡର ପଛପଟେ ମଦ ପେଟି ଗୁଡିକୁ ଅନଲୋଡ଼ କରାଯାଇ ଗୋପନରେ ରଖାଯାଇଥିବା ଜଣା ପଡିଛି | କୈଣସି ସୂତ୍ରରୁ ଖବର ପାଇଁ ବିଷମ କଟକ ପୋଲିସ ଏକ ସ୍ୱତନ୍ତ୍ର ଟିମ ରାତି ଅଧରେ ଅଚାନକ୍ ଚଡାଉ କରିଥିଲେ | ଚଡାଉ ସମୟରେ ସେଠାରେ ରଖାଯାଇଥିବା ବିଦେଶୀ ମଦ ପେଟିଗୁଡିକୁ ପୋଲିସଜବତ କରିଥିଲା | ଏବଂ କାହା ପାଖକୁ ଯିବା ପାଇଁ ଏଠାରେ ଅନଲୋଡ଼ କରାଯାଇଥିଲା. ସେନେଇ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି ଅନ୍ୟ ପକ୍ଷରେ ଜବତ ବିଦେଶୀ ମଦର କାରବାର ସହ ରାୟଗଡା ସହରର ଏକ ନିର୍ଦ୍ଧିଷ୍ଟ ମଦ ଦୋକାନର ସମ୍ପୃକ୍ତି ଥିବା ନେଇ ଅଞ୍ଚଳରେ ଚର୍ଜା ହେଉଛି | ତେବେ ଏହି ଅଭିଯୋଗର ସତ୍ୟତା ଏଯାବତ୍ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ | ଏହି ଘଟଣା ପରେ ବିଷମ କଟକ ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାରକୁ ନେଇ ଚର୍ଜା ଜୋର ଧରିଛି | ଘଟଣାରେ ଆଉ କେତେ ଜଣକ ସମ୍ପୃକ୍ତି ରହିଛି ଏବଂ ମଦ ଚାଲାଣର ପଛରେ କେଉଁ ବାବୁ ମାନଙ୍କ ହାତ ରହିଛି ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି |
ବିଷମ କଟକ ବ୍ଲକର ପରମାନନ୍ଦ କୁଟ୍ରୁକାଙ୍କ ରିପୋର୍ଟ


Leave a Reply