BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ଦିନମଜୁରିଆଙ୍କ ପୁଅ NEETରେ ସଫଳ ଡାକ୍ତର ହେବା ସ୍ୱପ୍ନରେ ଅର୍ଥ ସାଜୁଛି ବାଧକ

Spread the love

ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ପ୍ରତିଭା ଥିଲେ ଦାରିଦ୍ର୍ୟ ମଧ୍ୟ ସଫଳତାର ପଥରେ ବାଧା ହୋଇପାରେ ନାହିଁ ଏହାର ଏକ ପ୍ରେରଣାଦାୟକ ଉଦାହରଣ ହେଉଛନ୍ତି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଗୋଇଲକଣା ଗ୍ରାମର ଛାତ୍ର ନିତ୍ୟାନନ୍ଦ ହୁଇକା । ଅତ୍ୟନ୍ତ ସାଧାରଣ ଓ ଆର୍ଥିକ ଅନଗ୍ରସର ପରିବାରରୁ ଆସିଥିବା ନିତ୍ୟାନନ୍ଦ ଚଳିତ ବର୍ଷ NEET ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ରାଜ୍ୟ ସ୍ତରରେ ୪୦୭୯ ରାଙ୍କ ହାସଲ କରିଥିବାବେଳେ ନିଜ ବର୍ଗରେ ୧୧୩ ରାଙ୍କ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (VIMSAR)ରେ ଡାକ୍ତରୀ ପାଠ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି ।ନିତ୍ୟାନନ୍ଦ ମୁନିଗୁଡ଼ା ବ୍ଲକ ଝୁମୁରୁଗୁଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଥିଲେ । ସେ ଦଶମ ଶ୍ରେଣୀରେ ୮୪ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀରେ ୮୩.୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଛୋଟବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ନିତ୍ୟାନନ୍ଦ ନିଜର ଅଦମ୍ୟ ପରିଶ୍ରମ ଦ୍ୱାରା ଏହି ସ୍ୱପ୍ନର ପ୍ରଥମ ପାହାଚ ଅତିକ୍ରମ କରିଛନ୍ତି । କିନ୍ତୁ ଏହି ସଫଳତାର ପଛରେ ରହିଛି ଏକ ସଂଘର୍ଷମୟ ପରିବାରର କାହାଣୀ । ନିତ୍ୟାନନ୍ଦଙ୍କ ପିତା ମାଦାରାଓ ହୁଇକା ଜଣେ ଦିନମଜୁରିଆ । ପ୍ରତିଦିନ କାମ ମିଳିବ ବୋଲି ନିଶ୍ଚିତତା ନାହିଁ କେବେ କାମ ମିଳେ ତ କେବେ କାମ ନମିଳିବାରୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼େ ଦୈନନ୍ଦିନ ଖର୍ଚ୍ଚ ଚଳାଇବା ମଧ୍ୟ କଷ୍ଟକର । ତଥାପି ଅଭାବ ଅନଟନ ମଧ୍ୟରେ ପୁଅର ପାଠପଢ଼ାରେ କେବେ ବାଧା ଆସିବାକୁ ଦେଇନାହାନ୍ତି ବାପା ମାଆ ଙ୍କ ପରିଶ୍ରମର ଫଳ ଆଜି ନିତ୍ୟାନନ୍ଦଙ୍କ NEET ସଫଳତା ରୂପେ ସାମ୍ନାକୁ ଆସିଛି । ନିତ୍ୟାନନ୍ଦଙ୍କ ସଫଳତାରେ ପରିବାର ସହ ଗୋଇଲକଣା ଗ୍ରାମବାସୀ ମଧ୍ୟ ଅତ୍ୟନ୍ତ ଖୁସି ଓ ଗର୍ବିତ । ଜଣେ ଗରିବ ପରିବାରର ପୁଅ ନିଜ ପ୍ରତିଭା ବଳରେ ଡାକ୍ତରୀ ପଢ଼ିବାର ସୁଯୋଗ ପାଇବା ଅଞ୍ଚଳ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ ।ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ପରମାନନ୍ଦ କୁଟ୍ରୁକାଙ୍କ ରିପୋର୍ଟ Sakshi tv ଓଡ଼ିଆ

Leave a Reply

Your email address will not be published. Required fields are marked *