
ରାୟଗଡ଼ା ଜିଲ୍ଲାର ପ୍ରିୟ ନେତା ତଥା ଯୁଝାରୁ ସଂଗଠକ ଏଲାକୋଣ୍ଡା ବାବୁଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସନ୍ଧ୍ୟାରେ କତାପେଟା ପଞ୍ଚାୟତର ଯୁବକମାନଙ୍କ ପକ୍ଷରୁ ଏକ ଭବ୍ୟ କ୍ୟାଣ୍ଡେଲ୍ ରାଲି ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।କତାପେଟା ମୁଖ୍ୟ ଛକରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଯୁବକ ଓ ଗ୍ରାମବାସୀ ହାତରେ ଜଳୁଥିବା ମହମବତୀ ଧରି ଧାଡ଼ିବଦ୍ଧ ଭାବରେ ସାମିଲ ହୋଇଥିଲେ। ‘ଏଲାକୋଣ୍ଡା ବାବୁ ଅମର ରହେ’ ଓ ‘ଯେତେଦିନ ସୂର୍ଯ୍ୟ ଚନ୍ଦ୍ର ରହିବେ, ଏଲାକୋଣ୍ଡା ବାବୁଙ୍କ ନାଁ ରହିବ’ ପ୍ରଭୃତି ନାରାରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ଏଲାକୋଣ୍ଡା ବାବୁଙ୍କ ସରଳ ସ୍ୱଭାବ, ଜନସେବା ଏବଂ ସଂଗଠନ ପାଇଁ ତାଙ୍କର ଅବଦାନକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କତାପେଟାର ଯୁବପିଢ଼ିଙ୍କ ଏହି ପ୍ରୟାସ ଅଞ୍ଚଳରେ ଏକ ଭାବପୂର୍ଣ୍ଣ ଓ ସ୍ମରଣୀୟ ପରିବେଶ ସୃଷ୍ଟି କରିଛି।


Leave a Reply