
ରାୟଗଡ଼ା ଜିଲ୍ଲା ବାଡ଼ିଲି ଥାନା ଅନ୍ତର୍ଗତ ପେଣ୍ଡ୍ରା ଶିବ ମନ୍ଦିରରେ ଘଟିଥିବା ଚାଞ୍ଚଲ୍ୟକର ମୂର୍ତ୍ତି ଚୋରି ଘଟଣାର ପୋଲିସ ସଫଳତାର ସହ ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ପ୍ରାଚୀନ ଧାତୁ ମୂର୍ତ୍ତି ଏବଂ ଚୋରିରେ ବ୍ୟବହୃତ ଦୁଇଟି ଗାଡ଼ି ଜବତ କରିଛି।ଘଟଣାର ବିବରଣୀ ଅନୁଯାୟୀ, ଗତ ଅଗଷ୍ଟ ୨୪ ତାରିଖ ବିଳମ୍ବିତ ରାତିରେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ଭିତରେ ପ୍ରବେଶ କରିଥିଲେ। ସେମାନେ ଗର୍ଭଗୃହରୁ ଭଗବାନ ଶିବ, ମାତା ପାର୍ବତୀ ଓ ନାଗ ଦେବତାଙ୍କ ମୂଲ୍ୟବାନ ଧାତୁ ମୂର୍ତ୍ତି ସମେତ ପୂଜା ସାମଗ୍ରୀ ଲୁଟି ନେଇଥିଲେ। ପରଦିନ ସକାଳେ ପୂଜକ ବି.ଏନ୍. ନାଗରାଜୁ ମନ୍ଦିର ତାଲା ଭଙ୍ଗା ଥିବା ଦେଖି ତୁରନ୍ତ ବାଡ଼ିଲି ଥାନାରେ ଏତଲା ଦେଇଥିଲେ।ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ବିଶେଷ ସୂତ୍ରରୁ ସୂଚନା ପାଇ ନୂଆପଡ଼ାର ମନୋଜ ଦୁର୍ଗା, ପବନ ଗଣ୍ଡା ଏବଂ ଅମ୍ଳାଗୁଡ଼ାର ଆଲୁ ହେରେକ୍ରୁଷ୍ଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଜେରା ବେଳେ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ।ପୋଲିସ ସେମାନଙ୍କ ଠାରୁ:୧୩.୯୭ କେଜି ଓଜନର ଭଗବାନ ଶିବଙ୍କ ଧାତୁ ମୂର୍ତ୍ତି୨.୨୭ କେଜି ଓଜନର ମାତା ପାର୍ବତୀଙ୍କ ମୂର୍ତ୍ତି୪.୨୭ କେଜି ଓଜନର ପିତ୍ତଳ ପଞ୍ଚମୁଖୀ ନାଗ ମୂର୍ତ୍ତିନଗଦ ୧,୨୪୦ ଟଙ୍କା, କିଛି ଭଙ୍ଗା ପିତ୍ତଳ ସାମଗ୍ରୀ ଏବଂ ଏକ ଅଟୋ ଓ ବାଇକ୍ ଜବତ କରିଛି।ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


Leave a Reply