
ରାୟଗଡ଼ା ଜିଲ୍ଲା ବିଷମ କଟକ ପୁଲିସ କୁ ମିଳିଛି ବଡ଼ ସଫଳତା। ବିଷମ କଟକ ଥାନା ଅନ୍ତର୍ଗତ ଗତିଗୁଡ଼ା ନିକଟରେ ପୋଲିସକୁ ମିଳିଛି ଏହି ବଡ଼ ସଫଳତା। ବେଆଇନ ଗଞ୍ଜେଇ ଚୋରାଚାଲାଣ ଉପରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି। ଗୋଟିଏ ପିକଅପ୍ ଭ୍ୟାନ ରେ ୨ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଚୋରା ଚଳାଣା ହେଉଥିବା ସମୟ ରେ ଜବତ କେରିଛି ପୁଲିସ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ନେଇ ପୁଲିସ ସୂତ୍ରରୁ ଜଣା ପଡିଛି।ରାୟଗଡା ଅଞ୍ଚଳ ରୁ ଛତିଶଗଡ଼ର ଜଗଦଲପୁରରୁ ଭାୟା ଉତ୍ତରପ୍ରଦେଶର ଆଗ୍ରା ଅଭିମୁଖେ ନିଆଯାଉଥିବା ଜଣା ପଡିଛି । ଘଟଣାସ୍ଥଳରୁ ୨ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି।ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଖବର ପାଇବା ପରେ ବିଷମ କଟକ ପୁଲିସ ର ଏକ ଟିମ ଗତିଗୁଡ଼ା ନିକଟରେ ନାକା ଲଗେଇ ଯାଞ୍ଚ ଆରମ୍ବ କରିଥିଲା । ସନ୍ଦିଗ୍ଧ ପିକଅପ୍ ଭ୍ୟାନଟି ପହଞ୍ଚିବା ପରେ ପୋଲିସ ତାହାକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ି ଭିତରେ ଖାନତଲାସି ବେଳେ ବସ୍ତା ବସ୍ତା ଗଞ୍ଜେଇ ଉଦ୍ଧାର ହୋଇଥିଲା। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଟକ ଥିବା ଦୁଇ ଜଣଙ୍କୁ ଅଧିକ ପଚରାଉଚରା କରୁଛି। ଏହି ମାମଲା ରେ ଅଟକ ଥିବା ଦୁଇ ବ୍ୟକ୍ତି ଙ୍କ ମଧ୍ୟ ରୁ ଜଣେ ଉତ୍ତର ପ୍ରଦେଶ ର ବୀରେନ୍ଦ୍ର ସିଂ ହୋଇଥିବା ବେଳେ ଅନ୍ୟଜଣ ଉମରକୋଟ ର ସୋମିର ଦାଶ ହୋଇଥିବା ବିଷମ କଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି।ରାୟଗଡା
ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ପାଢୀଙ୍କ ରିପୋର୍ଟ ସାକ୍ଷୀ ଖବର


Leave a Reply