BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

୪ ମାସ ହେଲା ଭତ୍ତା ବନ୍ଦ, ବିଷମ କଟକରେ ବ୍ୟାଙ୍କ ଦୁଆରେ ଝୁରୁଛି ଅସହାୟ ବାର୍ଦ୍ଧକ୍ୟ!

Spread the love

ବିଷମ କଟକ – ବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ ସରକାର ସାମାଜିକ ସୁରକ୍ଷା ଭତା ଯୋଜନାର ଢୋଲ ପିଟୁଥିବା ବେଳେ ରାୟଗଡା ଜିଲ୍ଲାରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମାସ ମାସ ଧରି ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ଭତା ପାଇନଥିବା ବେଳେ ୮୦ ଶତକଡା ଭିନ୍ନକ୍ଷମ ଓ ୮୦ ବର୍ଷ ପାର୍ କରିଥିଲେ ମଧ୍ୟ ବହୁ ବୃଦ୍ଧଙ୍କୁ ୩୫୦୦ ଟଙ୍କା ବର୍ଦ୍ଧିତ ଭତା ପାଇବାରୁ ବଂଚିତ ହୋଇ ରହିଛନ୍ତି । ଭତାପାଇଁ ଗତ ଚାରି ମାସ ହେବ ହିତାଧିକାରୀ ମାନେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ଗ୍ରାମ ପଂଚାୟତ ରାଣିବନ୍ଧ ଗ୍ରାମର ବୃଦ୍ଦା ଦିପାଇ ଜାକସିକ,କୋନା ତୁଇବା ଏବଂ କଜାକା କୁଡୁଞ୍ଜି ଦୀର୍ଘ ଚାରିମାସ ହେବ ଭତା ପାଉନଥିବା ବେଳେ ନିୟମିତ ବ୍ୟବଧାନରେ ପଂଚାୟତ ଏବଂ ବ୍ୟାଙ୍କୁ ଯାଇ ନିରାଶ ହୋଇଥିଲେ । ମହିଳା ମାନେ ବୃଦ୍ଧାବସ୍ଥାରେ ବାରମ୍ବାର ବ୍ୟାଙ୍କକୁ ଯାଇ ଖାଲି ହାତରେ ଫେରିବାକୁ ପଡ଼ୁଥିବାରୁ ଔଷଧ କିଣିବା ଓ ଦୈନନ୍ଦିନ ଜୀବନ ଚଳାଇବା କଷ୍ଟକର ହୋଇପଡ଼ିଛି। ସରକାରଙ୍କ ୫ କିଲୋ ଚାଉଳ ହିଁ ଏବେ ତାଙ୍କ ପାଇଁ ଏକମାତ୍ର ଭରସା। ପରିଶେଷରେ ଆଜି ବିଷମ କଟକ ବ୍ଲକ କାର୍ଯ୍ୟାଳୟ କୁ ଆସି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବପ୍ରସାଦ ପଟ୍ଟନାୟକ ଙ୍କୁ ଭେଟି ଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିତାଧିକାରୀ ଙ୍କ ଅଭିଯୋଗ ଶୁଣି ସାରି ବ୍ଲକ ସ୍ତରରେ ଭତା ପ୍ରଦାନ ନେଇ କୌଣସି ତୃଟି ହୋଇନାହିଁ । ହିତାଧିକାରୀ ମାନେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଭତାଟଙ୍କା ଯାଉଛି । ଯଦି ବ୍ୟାଙ୍କରେ କେୱାସି ହୋଇନଥିବା ତେବେ କେୱାସି ଦାଖଲ କଲେ ଭତାଟଙ୍କା ଆସିବ ତେଣୁ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ହିତାଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି ।ତେବେ ପ୍ରଶ୍ନ ଉଠୁଛି, ଯଦି ସ୍ଥାନୀୟ ପ୍ରଶାସନଙ୍କ ହାତରେ କିଛି ନାହିଁ, ତେବେ ମାସ ମାସ ଧରି ଭତା ପାଇନଥିବା ଏହି ଅସହାୟ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ନିଜ ଅଧିକାର ପାଇଁ କାହା ପାଖକୁ ଯିବେ? ଜୀବନର ଶେଷ ସମୟରେ ସରକାରୀ ସହାୟତା ଅପେକ୍ଷାରେ ଦିନ କାଟୁଥିବା ଏହି ବୃଦ୍ଧମାନଙ୍କ ଦୁଃଖ କେବେ ଦୂର ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି।ରାୟଗଡା

ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଖବର

Leave a Reply

Your email address will not be published. Required fields are marked *