
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ର ସାହାଡ଼ା ଗ୍ରାମର ଆଦିବାସୀ ଝିଅ କବିତା ହିକକା ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ନିଜ ପରିବାର ଓ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।କବିତାଙ୍କ ଓଡ଼ିଶା ରାଜ୍ୟ ରାଙ୍କ୍ ୪୧୭୮ ଥିବା ବେଳେ, ଏସ୍ଟି ବର୍ଗରେ ତାଙ୍କ ରାଙ୍କ୍ ରହିଛି ୧୩୭।ନିଟ୍ରେ ଏହି ସଫଳତା ପରେ କବିତା କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି।ତେବେ ଆର୍ଥିକ ଅସୁବିଧା କବିତାଙ୍କ ଡାକ୍ତରୀ ପଢ଼ିବା ସ୍ୱପ୍ନରେ ବାଧକ ସାଜିଥିବା ବେଳେ, ମାନବିକତାର ପରିଚୟ ଦେଇ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ସୁଧୀର କୁମାର ଦାଶ।କବିତାଙ୍କ ପାଞ୍ଚ ବର୍ଷର ଡାକ୍ତରୀ ପାଠପଢ଼ା ପାଇଁ ପ୍ରତିବର୍ଷ ଜଏନିଂ ଫି ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ସେ ଘୋଷଣା କରିଛନ୍ତି।ଏହି ସହାୟତା ଘୋଷଣା ପରେ କବିତାଙ୍କ ପରିବାର ସହ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।ଏହି ଅବସରରେ ରାୟଗଡ଼ା ଜିଲ୍ଲା ବିଜେଡ଼ି ଉପସଭାପତି ରବିନ୍ଦ୍ରନାଥ ପଣ୍ଡା, ବିଷମକଟକ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ , ଡେସିଟି ଶିବା, ଖ ଜୋନ୍ ଜିଲ୍ଲା ପରିଷଦ ର ଶ୍ରୀମତି ବିଜୟ ଶାନ୍ତି କ୍ରୁମୃକା, ସାହାଡ଼ା ସରପଞ୍ଚ ଓ ,ଚୀନା ରାଓ, ଅଶୋକ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କବିତାଙ୍କ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଥିଲେ।ଆଦିବାସୀ ଅଞ୍ଚଳରୁ ଆସି ନିଟ୍ରେ ସଫଳତା ହାସଲ କରିଥିବା କବିତାଙ୍କ ଏହି ସଫଳତା ଆଜି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି।
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ପରମାନନ୍ଦ କୁଟ୍ରୁକାଙ୍କ ରିପୋର୍ଟ


Leave a Reply