BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ଯୁବାପଦରରେ ଜ୍ୱର ଆତଙ୍କ: ୨ ଶିଶୁଙ୍କ ମୃତ୍ୟୁ ପରେ ଗାଁରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା

Spread the love

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତର ଯୁବାପଦର ଗାଁରେ ଜ୍ୱରକୁ ନେଇ ଆତଙ୍କ। ଗତ ଏକ ସପ୍ତାହ ମଧ୍ୟରେ ୨୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ ହୋଇଥିବାବେଳେ ଜ୍ୱରରେ ୨ ଜଣ ଶିଶୁଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି।ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗାଁରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଗୁରୁତର ଅସୁସ୍ଥଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଥିରେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି। ଅନ୍ୟପଟେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭ୍ରାମ୍ୟମାଣ ଟିମ୍ ଗାଁରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ ସହ ଔଷଧ ବଣ୍ଟନ କରିଛି। ଗ୍ରାମବାସୀଙ୍କୁ ଫୁଟା ପାଣି ପିଇବା ଏବଂ ବାସି ଖାଦ୍ୟ ନଖାଇବାକୁ ପରାମର୍ଶ ଦିଆଯାଇଛି। ତେବେ ଶତାଧିକ ପରିବାର ରହୁଥିବା ଯୁବାପଦରରେ ପିଇବା ପାଣି ସମସ୍ୟା ମଧ୍ୟ ଗୁରୁତର। ୭ଟି ନଳକୂପ ମଧ୍ୟରୁ ୫ଟି ଅଚଳ ଥିବାରୁ ଗ୍ରାମବାସୀ ଝରଣା ପାଣି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେପଟେ କୁଚେଇପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚ ବାଙ୍ଗାରୀ ଦିଶାରୀ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *