BREAKING
ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ଗର୍ଭବତୀ ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ସାମ୍ବାଦିକଙ୍କୁ ଧମକ ଓ ଖବର ସଂଗ୍ରହରେ ବାଧା ଅଭିଯୋଗ: ଏସ୍‌ପିଙ୍କୁ ସ୍ମାରକପତ୍ର ରାୟଗଡା , ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ ! ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ ଆଞ୍ଚଳିକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅଖଣ୍ଡ ଭାଗବତ ପାରାୟଣର ସ୍ୱର୍ଣ୍ଣଜୟନ୍ତୀ ପାଳିତ ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ l ରାୟଗଡ଼ାରେ ମହାସମାରୋହରେ ପୟଗମ୍ବର ମହମ୍ମଦଙ୍କ ଜଲସା: ୩୦ ବର୍ଷର ପରମ୍ପରା
ରାୟଗଡା

ଲଗାଣ ବର୍ଷା ବିତ୍ପାତ: ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଅସହାୟ ବୃଦ୍ଧ

Spread the love

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ପଞ୍ଚାୟତର ବାରିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରାବଣ ମାସର ଲଗାଣ ତଥା ତୁହାକୁ ତୁହା ବର୍ଷାରେ ଗ୍ରାମର ଅରକ୍ଷିତ ଦଣ୍ଡସେନାଙ୍କ ମାଟି ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶିଯାଇଛି।

​ପ୍ରକାଶ ଯୋଗ୍ୟ ଯେ, ଅରକ୍ଷିତ ଗୋଟିଏ ପ୍ରଧାନମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ଆବାସ ଗୃହ ପାଇଁ ଦୀର୍ଘ ଦିନରୁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ଗୁହାରି ଜଣାଇ ଆସୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ପ୍ରଶାସନିକ ସ୍ତରରେ ତାଙ୍କ ଦୁଃଖ କେହି ଶୁଣିନଥିଲେ।

​ଘଟଣା ଘଟିବା ସମୟରେ ଅରକ୍ଷିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଉପସ୍ଥିତ ଥିବାରୁ ଏକ ବଡ଼ ଧରଣର ବିପଦ ତଥା ଧନଜୀବନ କ୍ଷୟକ୍ଷତିରୁ ବର୍ତ୍ତି ଯାଇଛନ୍ତି। ତେବେ ମୁଣ୍ଡ ଉପରେ ଥିବା ଏକମାତ୍ର ଛାତ ଭାଙ୍ଗିରୁଜି ନଷ୍ଟ ହୋଇଯିବା ପରେ ଏବେ ସେ ବାସହୀନ ହୋଇ ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।

​ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ବର୍ତ୍ତମାନ ଏହି ନିରାଶ୍ରୟ ପରିବାରକୁ ପ୍ରଶାସନ କେବେ ଆର୍ଥିକ କ୍ଷତିପୂରଣ ଏବଂ ସରକାରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛି, ତାହା ହିଁ ଦେଖିବାକୁ ବାକି ରହିଲା।

​ରାୟଗଡ଼ା ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ପାଢ଼ୀଙ୍କ ରିପୋର୍ଟ, ସାକ୍ଷୀ ଖବର

Leave a Reply

Your email address will not be published. Required fields are marked *