ତା ୨୩/୦୮ ଶିକ୍ଷାବିତ୍, ସାହିତ୍ୟିକ, ଛାତ୍ର ବତ୍ସଳ, ସୁବକ୍ତା, ରାୟଗଡ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଉଦୟ ନାଥ ପଣ୍ଡା ଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା ରେ ବୁଦ୍ଧିଜୀବୀ ମାନେ ଯୋଗଦେଇ ତାଙ୍କର ଜନହିତକର କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ , ବରିଷ୍ଠ ନାଗରିକ ମାନେ ଅବସର ପରେ ସେ କିପରି ସମସ୍ତଙ୍କ ସହ ବନ୍ଧୁତା ବଜାୟ ରଖି ସୁବିଧା ଅସୁବିଧା ସମୟରେ ସହଯୋଗ ର ହାତ ବଢାଉଥିଲେ ତାହା ମତବ୍ୟକ୍ତ କରିଥିଲେ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା , ତାଙ୍କ ପାଖରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ମାନେ ତାଙ୍କର ପଠନ ଶୈଳୀ ଓ ସେ କେବେ ନ ରାଗି କିପରି ଛାତ୍ରଛାତ୍ରୀ ମାନଙ୍କୁ ନିଜ ସନ୍ତାନ ଭଳି ଦେଖୁଥିଲେ ସେ ବିଷୟରେ କହିଥିଲେ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଧ୍ୟକ୍ଷା, ଅଧ୍ୟାପକ ଅଧ୍ୟାପିକା, ତାଙ୍କ ସହକର୍ମୀ ମାନେ ଯୋଗଦେଇ ତାଙ୍କର ସମୟାନୁବର୍ତିତା , କାର୍ଯ୍ୟ ଶୈଳୀ ବିଷୟରେ ଅବଗତ କରାଇଥିଲେ ଏବଂ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା , କବି କବୟିତ୍ରୀ, ଲେଖକ ଲେଖିକା, ଗଣମାଧ୍ୟମ ପ୍ରତିନିଧି, କଳାକାର , ଯୋଗଦେଇ ସ୍ବର୍ଗତ ଉଦୟ ନାଥ ପଣ୍ଡା ଙ୍କ ସ୍ମୃତି ଚାରଣ କରିଥିଲେ ।


Leave a Reply