
ରାୟଗଡ଼ାରେ ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ ତମ ଜୟନ୍ତୀ: ଭବ୍ୟ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତପରମ ପୂଜ୍ୟ ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ରାୟଗଡ଼ା ସହରରେ ଏକ ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ଓ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମାଜରେ ଏକତା, ସମରସତା ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ବିଦ୍ୟାଧର ଶବରଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ବିଜୁ ପଟ୍ଟନାୟକ ଅଡିଟୋରିୟମ ପର୍ଯ୍ୟନ୍ତ ଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ପରେ ଅଡିଟୋରିୟମ ପରିସରରେ ଆୟୋଜିତ ସଭାରେ ଗୁରୁ ରବିଦାସଙ୍କ ଆଦର୍ଶ ତଥା ସାମାଜିକ ସଂସ୍କାର ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ଶବର ସମସ୍ତ ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Leave a Reply