
ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ରାୟଗଡ଼ା ବ୍ଲକର ଏମ୍ପଲବାଲସା, କେରେଡା, ଅଣିଜା, ପୁଡେଶୁ ଏବଂ ବୋରୁହାଲୁଆ ଗ୍ରାମ ନିକଟରେ ଏକ ୮ ଟିକିଆ ହାତୀପଲ ଚଲାବୁଲା କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ଆନ୍ଧ୍ରପ୍ରଦେଶର ବୀରଗୋଟମ୍ ସଂରକ୍ଷିତ ଜଙ୍ଗଲରୁ ବାହାରିଥିବା ଏହି ହାତୀପଲ ରବିବାର ଭୋର ସମୟରେ କୋମରଡା ଓ କୋଟୁ ଦେଇ ଓଡ଼ିଶା ସୀମା ଭିତରକୁ ପ୍ରବେଶ କରିଛନ୍ତି। ନାଗାବଳୀ ନଦୀ କୂଳେ କୂଳେ ବୁଲି ହାତୀପଲ ଉଭୟ ରାଜ୍ୟର ବ୍ୟାପକ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଧନଜୀବନ ସୁରକ୍ଷା ପାଇଁ ସୀମାନ୍ତ ଗାଁଗୁଡ଼ିକରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଖବର ପାଇ ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ ଯୁଗ୍ମ ପାଟ୍ରୋଲିଂ ଆରମ୍ଭ ହୋଇଛି। ହାତୀ ଘଉଡ଼ାଇବା ପାଇଁ ଟିମ୍ ନିୟୋଜିତ ଥିବା ରାୟଗଡ଼ା ରେଞ୍ଜର ଅନିଲ୍ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି

Leave a Reply